ଆସ ଆମେ ଭାରତ ମାତା ପାଇଁ ଜୀବନ ଦେବା
ଭାରତ ମାତାକୁ ଶତ୍ରୁ କବଳରୁ ରକ୍ଷା କରିବା ।
ଏକା ଦାୟିତ୍ଵ ନୁହେଁ ଆମ ବୀର ଯବାନଙ୍କର
ଦାୟିତ୍ଵ ପ୍ରତିଟି ଭାରତୀୟ ନାଗରିକଙ୍କର ।
ବିଦେଶୀ ଦ୍ରବ୍ୟ ସବୁକୁ କରି ସଭିଏଁ ବର୍ଜନ
ଚାଇନା ,ପାକିସ୍ଥାନକୁ କରିବା ଆମେ ଦମନ ।
ଶତ୍ରୁର ରକତେ ଧୋଇବା ଭାରତ ମାତାର ଚରଣ
ଭାରତ ପାଇଁ ଲଢିବା ହେଉ ପଛେ ଆମ ମରଣ ।
ଏଇ ଦେଶର ସନ୍ତାନ ଆମେ ଭାରତ ଆମ ମାତା
ଶତ୍ରୁ ସହ ଲଢି ହେବୁ ଦିନେ ଆମେ ଜଗତ ଜିତା ।
ଆକାଶେ ଉଡ଼ି , ଗିରିକୁ ଚଢି , ସାଗରରେ ବୁଡ଼ି
ଆତଙ୍କବାଦୀ ଙ୍କୁ ଦେବୁ ଆମ ଭାରତରୁ ତୋଡ଼ି ।
ଗଢିବୁ ପୁଣି ଆମେ ପାଇକ ଦଳ , ଫଉଜ ସେନା
ଫରଫର ଉଡୁଥିବ ଆମ ହାତେ ତ୍ରିରଙ୍ଗା ବାନା ।
ଯିବା ନାହିଁ ହାରି ଆମେ କେବେ ଯିବା ନାହିଁ ଡରି
ଶତ୍ରୁର ବକ୍ଷକୁ ଦେବା ଆମେ ନିଜ ହାତେ ଚିରି ।
ଗାନ୍ଧୀ ,ଗୋପବନ୍ଧୁ ,ସୁବାଷ ଥିଲେ ଆମ ପରି ମଣିଷ
ତାଙ୍କ ଦେଶ ଭକ୍ତି ଭରି ଦିଏ ଦେହେ ଅମାପ ସାହାସ ।
ଲଢୁଥିବା ଆମେ ଥିବା ଯାଏ ଆମ ଶେଷ ନିଶ୍ୱାସ
କରି ଦେବୁ ଆମ ଦେଶରୁ ଆତଙ୍କବାଦ କୁ ଶେଷ ।
ଦେଇଛି ଆଜି ଆମ ଭାରତ ମାତା ଯୁଦ୍ଧର ଡାକରା
ଲଢିବା ଆମେ ଦେଇ ଜୀବନ ଦେଖିବ ଦୁନିଆ ସାରା ।
ଯୁଦ୍ଧ କରି ଆସ ଆମେ ଦେଶ ପାଇଁ ଜୀବନ ଦେବା
ଶତ୍ରୁର ମସ୍ତକ ଭାରତ ମାତାର ଚରଣେ ଥୋଇବା ।
....ସମାପ୍ତ....
ନାମ:- ହରିଶ୍ଚନ୍ଦ୍ର ହେମ୍ବ୍ରମ
ସା:- ଡିଙ୍ଗିରା
ପୋ:- ବର୍ତ୍ତନା
ଭାୟା :- ବେତନଟୀ
ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟଭାଷ :- ୭୦୦୮୫୪୮୩୩୭


0 Comments